spot_img

ହାଇକୋର୍ଟରେ କଟକଣା ଜାରି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହେବ ଜରୁରୀ ମାମଲା

ଭୁବନେଶ୍ୱର:କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ କଟକଣା ପୂର୍ବଭଳି କାର୍ଯ୍ୟ କରିବ । ହାଇକୋର୍ଟ ପକ୍ଷରୁ ଅଗଷ୍ଟ ୩ ତାରିଖରେ ଶୁଣାଣି ହେବାକୁ ଥିବା ମାମଲାର ତାଲିକା ସହତି କୋର୍ଟ କାର୍ଯ୍ୟ ନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି । କୋର୍ଟର ଜରୁରୀ ମାମଲାଗୁଡିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ । ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତି ରୁହନ୍ତି ତେବେ ମାମଲାର କୈାଣସି ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁବୋଲି ବିଜ୍ଞାପ୍ତିରେ ପ୍ରକାଶ ପାଇଛି । ଆଇନଜୀବୀ ଓ ପକ୍ଷମାନେ ଘରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଣୁଣାଣିରେ ଅଂଶଗ୍ରହଣ କରିବେ । ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ ବିଚାରଧୀନ ମାମଲାରେ ଅନ୍ତରଣୀ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ ଦ୍ୱାରା କରାଯିବ । ଯଦି ଇ-ମେଲ୍ ଓ ଇ-ଫାଇଲିଂ ବ୍ୟବସ୍ଥାରେ କିଛି ବୈଷୟିକ ସମସ୍ୟା ସୃଷ୍ଟି ହୁଏ ଓ ମାମଲା ଜରୁରୀ ଥାଏ, ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ ବକ୍ସରେ ଏ ସମ୍ପର୍କରେ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ । ଜରୁରୀ ପ୍ରସଙ୍ଗ ସମ୍ପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ ବକ୍ସ ର ବ୍ୟବସ୍ଥା ରହିଛି । ଡ୍ରପ ବକ୍ସରେ ଆବେଦନ ଦାଖଲ କରିବା ସମୟରେ ଭିଡ ନ କରିବାକୁ ଓ ସାମାଜିକ ଦୂରତା ନିୟମ କଡା କଡି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏଥିସହ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଙ୍ଗରେ ଜରୁରୀ ସଂମ୍ପର୍କିତ ସୂଚନା ଥିବା ମେମୋ ଆଇନଜୀବୀ ଓ ପକ୍ଷମାନେ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଇ-ଫାଇଲିଂ/ଅନ୍-ଲାଇନ/ଇ-ମେଲ୍ ମାଧ୍ୟମରେ ଆଗୁଆ ଦାଖଲ କରିବେ । ତେବେ ସୋମବାର ଦିନ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସହିତ ମୁଖ୍ୟ ବିଚାରପତି ଓ ଜଷ୍ଟିସ କେ.ଆର ମହାପାତ୍ର, ଜଷ୍ଟିସ ଏସ.କେ.ମିଶ୍ର, ଜଷ୍ଟିସ ସାବିତ୍ରୀ ରଥ,ଜଷ୍ଟିସ ବି.ଆର. ଷଡଙ୍ଗୀ, ଜଷ୍ଟିସ ଡି.ଦାଶ, ଜଷ୍ଟିସ ସଙ୍ଗମ କୁମାର, ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜରୁରୀ ମାମଲାର ଶୁଣାଣି କରାଯିବ । ଏହାପରେ ଆଗମୀ ୭ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଦୁଇଟି ଡିଭିଜନ ବେଞ୍ଚ ଓ ଚାରୋଟି ସିଙ୍ଗିଲ ବେଞ୍ଚରେ ଜରୁରୀ ମାମଲା ଗୁଡିକର ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଶୁଣାଣି କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular