ଆସନ୍ତା ୧୬ ତାରିଖରେ ମୁଖିଆ ଚୟନ ବିଷୟରେ ଆଲୋଚନା କରିବାକୁ କଂଗ୍ରେସ ବୈଠକ ଡାକିଛି। ନୂଆ ମୁଖିଆଙ୍କ ବ୍ୟତୀତ ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମାନସମନ୍ଥନ ହେବ। ଏ ସମ୍ପର୍କରେ ବରିଷ୍ଠ ନେତା କେସି ଭେନୁଗୋପାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସର ୱାର୍କିଂ କମିଟିର ବୈଠକ ଆସନ୍ତା ୧୬ ତାରିଖ ଦିନ ୧୦ଟା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି, ଆସନ୍ତାବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ବିଷୟରେ ଆଲୋଚନା ହେବ।” ଏବେ ବିଧିବଦ୍ଧ ଭାବେ ୧୬ ତାରିଖରେ ବୈଠକ ହେବ ବୋଲି ଘୋଷଣା କରାଯାଇଛି। ତେବେ ପଞ୍ଜାବ କଂଗ୍ରେସରେ ହଟଚମଟ ପରେ ବରିଷ୍ଠ ନେତା କପିଲ ଶିବଲ ଦଳରେ କେହି ମୁଖିଆ ନଥିବାରୁ ଏପରି ବିଦ୍ରୋହ ଦେଖାଯାଉଛି ବୋଲି କହିଥିଲେ। ଏଥିସହ ଗୁଲାମ ନବି ଆଜାଦ ମଧ୍ୟ ସିଡବ୍ଲ୍ୟୁସି ବୈଠକ ଡାକିବାକୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0