spot_img

ବିଜୁଳି ସଙ୍କଟକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ କେଜରିୱାଲ

ରାଜଧାନୀ ଦିଲ୍ଲୀରେ ବିଜୁଳି ଯୋଗାଇ ଦେଉଥିବା ଟାଟା ପାୱାର ଡିଡିଏଲ୍ ନିଜ ଗ୍ରାହକଙ୍କୁ କହିଛି କି ସେମାନେ ଦେଖିରଖି ବିଜୁଳି ଖର୍ଚ୍ଚ କରନ୍ତୁ । କେବଳ ଭାରତ କାହିଁକି ଚାଇନାଭଳି ବିକାଶଶୀଳ ଦେଶରେ ବି ବିଜୁଳି ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱର ଅଧିକାଂଶ ସହର, ବଜାରରେ ବୁଜୁଳି ଦେଖିରଖି ଖର୍ଚ୍ଚ କରିବାକୁ ଅନୁରୋଧ କରାଯାଇଛି । ଟାଟା ପାୱାର ଏହି ମେସେଜ ଏଥିପାଇଁ ଦେଇଛି କାରଣ ଦେଶ ବର୍ତ୍ତମାନ କୋଇଲା ସଙ୍କଟ ଦେଇ ଗତି କରୁଛି । ଯାହା ଫଳରେ ଆଗାମୀ ଦିନରେ ବିଜୁଳି ଉତ୍ପାଦନରେ ସମସ୍ୟା ଦେଖାଦେଇପାରେ । ଟାଟା ପାୱାରର ମେସେଜ୍ ପରେ ଏବେ ଦିଲ୍ଲୀର ବିଜୁଳି ସଙ୍କଟକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସେ ପ୍ରଧାନମନ୍ତ୍ରୀ ଟାଟା ପାୱାରର ମେସେଜ୍ ଘଟଣାରେ ସାମିଲ ହେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular