ବଲିଉଡର ଶହେନ୍ଶାହ ଓରଫ ଅମିତାଭ ବଚ୍ଚନ। ଆଜି ତାଙ୍କ ୭୯ତମ ଜନ୍ମ ଦିନ। ବିଗ୍ ବି’ଙ୍କ ଜନ୍ମଦିନକୁ ପ୍ରତିବର୍ଷ ତାଙ୍କ ଫ୍ୟାନ୍ମାନେ ବେଶ୍ ଧୁମ୍ଧାମରେ ପାଳନ କରନ୍ତି। ପ୍ରତିବର୍ଷ ତାଙ୍କ ଘର ଜଲସା ବାହାରେ ଫ୍ୟାନ୍ ଏକାଠି ହୁଅନ୍ତି। ବିଗ୍ ବି’ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି। ସେପଟେ ଏହି ମହାନାୟକଙ୍କ ଜନ୍ମଦିନ ଅବସରରେ ବି-ଟାଉନ୍ରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ବଡ ବଡ ସେଲେବ୍ରିଟି ଏବଂ ଷ୍ଟାରମାନେ ବିଗ୍ ବି’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରବିବାର ଦିନ ଏକ ବ୍ଲଗ୍ ପୋଷ୍ଟ କରି ଅମିତାଭ ବଚ୍ଚନ ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତୁମ ସମସ୍ତଙ୍କୁ ବ୍ୟକ୍ତିଗତ ଉତ୍ତର ଦେବା କଷ୍ଟକର କିନ୍ତୁ ମୁଁ ଜାଣେ ଆପଣମାନେ ବୁଝିପାରୁଥିବେ। ତୁମର ଅଭିବାଦନ ମୋ ପାଇଁ କେତେ ମହତ୍ୱ ରଖେ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଗ୍ ବି’ଲେଖିଛନ୍ତି।’୧୯୬୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ରୁ ଅମିତାଭ ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ, ବିନା ଅଧ୍ୟବସାୟରେ ତାଙ୍କୁ ପ୍ରସିଦ୍ଧି ତାଙ୍କୁ ମିଳି ନ ଥିଲା। ନିର୍ଦେଶକ ପ୍ରକାଶ ମେହେରାଙ୍କ ‘କ୍ରାଇମ୍ ଥ୍ରିଲର୍’ ‘ଜଞ୍ଜିର୍’ ସିନେମାରେ ପୁଲିସ୍ ଇନ୍ସ୍ପେକ୍ଟର୍ ବିଜୟ ଭୂମିକାରେ ଅଭିନୟ କରି ଭାରତୀୟ ଚଳଚ୍ଚିତ୍ର ଜଗତ୍ରେ ‘ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍’ ଧାରା ସୃଷ୍ଟି କରିବା ପୂର୍ବରୁ ତାଙ୍କ ଅଭିନୀତ କେତେଗୁଡ଼ିଏ ଚଳଚ୍ଚିତ୍ର ବ୍ୟାବସାୟିକ ସଫଳତା ହାସଲ କରିପାରି ନ ଥିଲା। ଅମିତାଭଙ୍କୁ ୩୦ ବର୍ଷ ହେବା ବେଳକୁ ତାଙ୍କର ୧୨ଟି ଚଳଚ୍ଚିତ୍ର ‘ଫ୍ଲପ୍’ ହେବା ସହ ମାତ୍ର ୨ଟି ଚଳଚ୍ଚିତ୍ର ହିଟ୍ ହୋଇଥିଲା। ସେ ଦୁଇଟି ଥିଲା ‘ବମ୍ବେ ଟୁ ଗୋଆ’ ଏବଂ ‘ଆନନ୍ଦ’। ଜଣେ ନୂଆ ‘ହିରୋ’ ଭାବେ ତାଙ୍କର ଦୁର୍ନୀତି ବିରୋଧୀ ‘ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍’ ରୂପକ ଅଭିନୟ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚଳିତ ଧାରାକୁ ବଦଳାଇ ଦେଇଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0