spot_img

ଆଜି ମଣ୍ଡପରେ ମହାସପ୍ତମୀ

ଶରତ ଆକାଶରେ ଧଳା ଗାଲିଚା ବିଛାଇ ଧରା ପୃଷ୍ଠକୁ ଆସିଛନ୍ତି ମା ଦୁର୍ଗା | ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତାମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମା’ଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ କମ୍ପିବ ମଣ୍ଡପ ପରିବେଶ । ଚଳିତ ବର୍ଷ ବି କରୋନା କଟକଣାରେ ପୂଜା ହେଉଛି । ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । ସାମନା ପଟକୁ ପରଦା ଦ୍ୱାରା ଢାଙ୍କି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular