ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ସରକାରଙ୍କ ‘ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍’ ପୁଣି ଧରେ ଆରମ୍ଭ ହେବାକୁ ଯାଉଛି । ଆଗକୁ ରାକ୍ଷୀ ପୂଣ୍ଣମୀ ଆସୁଥିବାରୁ ଏହା ପ୍ରଧାନମନ୍ତ୍ରୀଙ୍କ ରାକ୍ଷୀ ଭେଟି ବୋଲି କୁହାଯାଉଛି । ଏହି ବଣ୍ଡ ସ୍କିମ୍ ଅନୁସାରେ ସୁନାର ମୂଲ୍ୟ ୫ହଜାର ୩୩୪ ଟଙ୍କା ପ୍ରତି ଗ୍ରାମ ସ୍ଥିର କରାଯାଇଛି । ସ୍କିମ ମୁତାବକ ଅନଲାଇନ ଇନଭେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ଗ୍ରାମ ପିଛା ୫୦ଟଙ୍କା ଛାଡ ଦିଆଯିବ । ଯାହାଦ୍ୱାରା ସୂନାର ମୂଲ୍ୟ ୫ ଜହାର ୨୮୪ଟଙ୍କା ପ୍ରତି ଗ୍ରାମ ହେବ । ଫଳରେ ୧୦ ଗ୍ରାମ ସୁନା କିଣିବାର ଥିଲେ ୫୨ ହଜାର ୮୪୦ଟଙ୍କା ଦେବାକୁ ପଡିବ । ମୋଦି ସରକାରଙ୍କ ସ୍କିମ୍ରେ ଆପଣ ସୁନା ବଣ୍ଡ ଭାବେ କିଣି ପାରିବେ । ଏହି ବଣ୍ଡକୁ ଅତି କମରେ ଏକ ଗ୍ରାମ ଏବଂ ଅଧିକତର ୪ କିଲୋଗ୍ରାମ ପର୍ଯ୍ୟନ୍ତ କିଣାଯାଇପାରିବ । ଏଥିରେ ପ୍ୟୁରିଟି ଏବଂ ସିକ୍ୟୁରିଟିର ସମସ୍ୟା ରହେ ନାହିଁ । ରିଜର୍ଭ ବ୍ୟାଙ୍କ ଅଧୀନରେ ଏହି ବଣ୍ଡ ଆସୁଥିବା ବେଳେ ତାର ଅବଧି ୮ବର୍ଷ ରହିଛି । ସ୍କିମରେ ସୁନାର ଫିଜିକାଲ୍ ଡିମାଣ୍ଡକୁ କମ୍ କରାଯାଇଥାଏ । ଏନେଇ ଡିଜିଟାଲ ଭାବେ ବ୍ୟାଙ୍କ, ନିର୍ଦ୍ଧାରିତ ପୋଷ୍ଟ ଅଫିସ୍, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଏନଏସଇ ଏବଂ ବିଏସଇରେ ଆବେଦନ କରାଯାଇପାରିବ । ବର୍ତ୍ତମାନ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଏହି ସ୍କିମ ଉପଲବ୍ଧ ହେବ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0