ମଙ୍ଗଳବାର ଦିନ ଗଜି-୨୦ ପ୍ରମୁଖ ଅର୍ଥନୀତିର ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ଆୟୋଜନ କରିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଡକାଇଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି, ଆଫଗାନ ନାଗରିକଙ୍କୁ ତତ୍କାଳ ଭାବେ ମାନବୀୟ ସହାୟତା ଓ ସେଠାରେ ସବୁ ପକ୍ଷଙ୍କୁ ନେଇ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରାଯିବା ଦରକାର। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩କୁ ଭିତ୍ତି କରି ଆଫଗାନର ସ୍ଥିତିକୁ ସୁଧାରିବାକୁ ହେବ ବୋଲି ମୋଦି ଆହ୍ବାନ ଦେଇଛନ୍ତି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଷ୍ଟ୍ରଙ୍କୁ ବଡ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନ ଯେପରି କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ଉତ୍ସ ନ ହେବ ସେଥିପ୍ରତି ସବୁ ରାଷ୍ଟ୍ରଙ୍କୁ ଧ୍ୟାନ ଦେବା ଉଚିତ। ସେଥିପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମୋଦି କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0