spot_img

ଘର ସାମ୍ନାରେ ଜାଳିଦେଲେ ବାଇକ

ମଧ୍ୟରାତ୍ରିରେ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜୋକଲଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ବାଇକ୍ ରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ କିଏ ଶତ୍ରୁତା ରଖି ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜଡିଦା ପଞ୍ଚାୟତ ଜୋକଲଣ୍ଡା ଗ୍ରାମର ନଖିଆ ସ୍ବାଇଁ ତାଙ୍କ ବାଇକକୁ ମଙ୍ଗଳବାର ରାତିରେ ଘର ସମ୍ମୁଖରେ ରଖି ଶୋଇଥିଲେ। ରାତିରେ ନିଆଁ ଜଳୁଥିବା ଦେଖି ଘର ଲୋକ ବାହାରକୁ ବାହାରି ଆସି ନିଆଁ ଲିଭାଇବାବୁ ଚେଷ୍ଟା କରିଥିଲେ । କିନ୍ତୁ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular