ବଲିଉଡ୍ ଅଭିନେତ୍ରୀ ଉର୍ବସୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ଉର୍ବସୀ ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ବେଳେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ଏହି ଭିଡିଓରେ ଡିଜାଇନର୍ ମାଇକେଲ୍ ସିଙ୍କୋଙ୍କ ପାଇଁ ରାପ୍ରେ ଚାଲିଥିବା ବେଳେ ଉର୍ବସୀ ରୌତେଲା ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଡିଜାଇନରଙ୍କ ସହିତ ରାପ୍ ଚାଲିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ରାପ୍ରେ ଉର୍ବସୀ ଏକ ବଡ ବଲ ଗାଉନ୍ ଡ୍ରେସ୍ ପିନ୍ଧିଥିଲେ। ଉର୍ବଶୀ ରୌତେଲାଙ୍କ କାମର କଥା ଆଲୋଚନା କରିଲେ ସେ ଏକ ବଡ ବଜେଟ୍ର ବିଜ୍ଞାନଧର୍ମୀ ତାମିଲ୍ ଫିଲ୍ମରେ ତାଙ୍କର ତାମିଲ୍ ଡେବ୍ୟୁ ଆରମ୍ଭ କରିବେ। ଏଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ୍ ଓ ଜଣେ ଆଇଆଇଟିଆନ୍ ଭୂମିକାରେ ନଜର ଆସିବେ। ଏହା ସହିତ ସେ ‘ବ୍ଲାକ୍ ରୋଜ୍’ ସହିତ ‘ଥିରୁତୁ ପାୟଲ୍ ୨’ର ହିନ୍ଦୀ ରିମେକ୍ରେ ମଧ୍ୟ ନଜର ଆସିବେ। ସେ ପିନ୍ଧିଥିବା ଏହି ଡ୍ରେସ୍ର ମୂଲ୍ୟ କେତେ ଜାଣିଛନ୍ତି। ଶୁଣିଲେ ଆପଣଙ୍କର ବି ମୁଣ୍ଡ ଚକ୍କର ଖାଇଯିବ। ଏହି ବଲ ଗାଉନ୍ର ଦାମ ହେଉଛି ୪୦ଲକ୍ଷ ଟଙ୍କା। ତେବେ ଉର୍ବଶୀଙ୍କ ମାଇକେଲ୍ ସିଙ୍କୋଙ୍କ ପାଇଁ ଏହି ରାପ୍ ପ୍ରଥମ ନୁହେଁ। ସେ ପୂର୍ବରୁ ଆରବର ଫେସନ ୱିକ୍ରେ ଇଜିପ୍ଟର ରାଜକୁମାରୀ କ୍ଲିଓପାଟ୍ରାଙ୍କ ଡ୍ରେସ୍ରେ ରାପ୍ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0