କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଅନୁପ୍ରବେଶ ସହ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଥିବା ଦେଖି ଏବେ ପାକିସ୍ତାନକୁ ଚେତାଇଛନ୍ତି ଶାହା। ଯଦି ଏଭଳି ଆକ୍ରମଣ ଜାରି ରୁହେ, ତେବେ ପାକିସ୍ତାନ ଉପରେ ଏକାଧିକ ସର୍ଜିକାଲ ଷ୍ଟ୍ରାଇକ କରାଯିବ ବୋଲି କହିଛନ୍ତି ଅମିତ ଶାହା। ଗତ କିଛି ଦିନ ହେବ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣ ବଢ଼ିଛି। ଏଇ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସାଧାରଣ ନାଗରିକ। ଏହାକୁ ରୋକିବା ପାଇଁ ଏବେ ଏନକାଉଣ୍ଟର ଜାରି ରହିଥିବା ବେଳେ ଅନେକ ଯବାନ ସହିଦ ହୋଇଛନ୍ତି। ଗୋଆର ଧରବନ୍ଦୋରାସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଅଧୀନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଆଲୋଚନାର ସମୟ ଗଲା। ଏବେ ପ୍ରତିଟି ଆକ୍ରମଣର ଜବାବ ଦିଆଯିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0