spot_img

ବ୍ୟାକ୍ ପେନ୍ ଯୋଗୁଁ ବାଧ୍ୟ ହୋଇ ଶୋ ବନ୍ଦ କରିବାକୁ ପଡିଲା : କପିଲ

ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’ ପୁଣିଥରେ ତାଙ୍କ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। କପିଲ ଶର୍ମା ନିକଟରେ କହିଥିଲେ ଯେ ଏହି କାରଣରୁ ତାଙ୍କୁ ସୋ’କୁ ଏୟାର ଅଫ୍ କରିବାକୁ ପଡୁଥିଲା। ଏ ନେଇ କପିଲ କହିଛନ୍ତି, ତାଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିଲା। କାରଣ ତାଙ୍କର ପ୍ରବଳ ବ୍ୟାକ୍‌ ପେନ୍‌ ହେଉଥିଲା। ତେଣୁ ସେ ବାଧ୍ୟ ହୋଇ ଶୋ’ ବନ୍ଦ ରଖିଥିଲେ। କପିଲ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ଦର୍ଶାଯାଇଛି ଯେ ପିଠି ଯନ୍ତ୍ରଣା ହେତୁ ଏହି ସୋ’କୁ ବନ୍ଦ କରିବାକୁ ପଡିଥିଲା । ୨୦୧୫ ମସିହାରେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କର ଏହି ଯନ୍ତ୍ରଣା ହୋଇଥିଲା । ଏପରି ଏକ ସମୟ ଥିଲା ଯେତେବେଳେ କପିଲ ଶର୍ମାଙ୍କ ଶୋକୁ ଏୟାର ଅଫ୍ କରାଯାଇଥିଲା, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ । ସୂଚନା ଅନୁଯାୟୀ, କପିଲ ଶର୍ମାଙ୍କ ପାଇଁ ଶୋ’କୁ ଏୟାର ଅଫ୍ କରିବା ସହଜ ନଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular