ମେଡିକାଲ ସାଇନ୍ସରେ ଏମିତି ଏମିତି ମାମଲା ସାମ୍ନାକୁ ଆସେ ଯାହା ବେଳେବେଳେ ଲୋକଙ୍କୁ ଚକିତ କରିଦିଅ। ବଡ ବଡ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି। ପାକିସ୍ତାନରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ମାମଲା ପାକିସ୍ତାନ ଖେବର ପଖ୍ତୁନଖ୍ୱା ସ୍ଥିତ ଏବଟାବାଦ ସହରର। ପାକିସ୍ତାନର ସମା ଟିଭିର ଏକ ଅନଲାଇନ ରିପୋର୍ଟ ଅନୁଯାୟୀ, ଏଠାକାର ଜିନ୍ନା ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଉକ୍ତ ମହିଳାଙ୍କ ଚିକିତ୍ସା ଚାଲିଥିଲା। ମହିଳାଙ୍କ ସ୍ୱାମୀଙ୍କ ନାଁ ୟାର ମହମ୍ମଦ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ଯାଞ୍ଚ ସମୟରେ ସେ ଜାଣିସାରିଥିଲେ ଯେ ଏକାଧିକ ଶିଶୁ ଅଛନ୍ତି, କିନ୍ତୁ ୭ଟି ଶିଶୁ ଅଛନ୍ତି ବୋଲି ଜାଣିନଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଟିମ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡିଥିଲା ଯେ ମହିଳାଙ୍କ ଗର୍ଭରେ ୫ଟି ଶିଶୁ ଅଛନ୍ତି। ସେ କହିଛନ୍ତି ଯେ ଗର୍ଭଧାରଣ ଔଷଧର ବହୁଳ ବ୍ୟବହାର ଯୋଗୁଁ ଶରୀରରେ ଏକାଧିକ ଅଣ୍ଡା ମେଚ୍ୟୁର ହୋଇଯାଆନ୍ତି। ଉକ୍ତ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଛି। ତେବେ ବର୍ତ୍ତମାନ ମହିଳା ଓ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି। ୟାର ମହମ୍ମଦଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି। ଏବେ ପୁଣି ୭ଟି ଶିଶୁ ଜନ୍ମ ନେଇଛନ୍ତି। ୟାର ମହମ୍ମଦ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି। ତେବେ ମହିଳା ଓ ୭ ଶିଶୁ ସମସ୍ତେ ସୁସ୍ଥ ଅଛନ୍ତି। ୭ ଶିଶୁ ମଧ୍ୟରୁ ୪ ଶିଶୁ ପୁତ୍ର ଓ ୩ ଶିଶୁ କନ୍ୟା ଜନ୍ମ ନେଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଶିଶୁଙ୍କ ଫଟୋ ସେୟାର କରିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0