ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବୋନସ ମଞ୍ଜୁର କଲେ କେନ୍ଦ୍ର ସରକାର। ମୁଖ୍ୟତଃ ଏହା ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ । 2020-21 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଣ ଉତ୍ପାଦକତା ଲିଙ୍କ୍ କିମ୍ବା ଆଡ୍ ହକ୍ ବୋନସ୍ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଏହି ବୋନସ ପାଇଁ ଅର୍ଦ୍ଧସାମରିବଳ ଏବଂ ସେନା କର୍ମଚାରୀ ଯୋଗ୍ୟ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କହିଛି।
ଯେଉଁ କର୍ମଚାରୀମାନେ ୨୦୨୧ ମାର୍ଚ୍ଚ ୩୧ରୁ କାମ ଆରମ୍ଭ କରିଥିବେ ଏବଂ 2020-21 ଆର୍ଥିକ ବର୍ଷରେ ଅତି କମରେ ଛଅ ମାସ ନିରନ୍ତର ସେବା ପ୍ରଦାନ କରିଥିବେ ସେମାନେ ଏହି ଆଡ୍ ହକ୍ ବୋନସ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଅଣ-ଉତ୍ପାଦକତା ସଂଯୁକ୍ତ ବୋନସ୍ (ଆଡ୍ ହକ୍ ବୋନସ୍) ଗ୍ରୁପ୍ ସିରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଗ୍ରୁପ୍ ବିରେ ଥିବା ସମସ୍ତ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ପ୍ରଦାନ କରାଯିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0