ଆଜିଠାରୁ କଟକ ଓ ଭୁବନେଶ୍ବରରୁ ହଟିବ ପାର୍ବଣ କଟକଣା। ୧୧ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଲାଗିଥିବା ପାର୍ବଣ କଟକଣାର ବୁଧବାର ଥିଲା ଶେଷ ଦିନ। ଆଜିଠାରୁ କଟକ ଓ ଭୁବନେଶ୍ବରରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ। ପାର୍ବଣ ସମୟରେ ଅଧିକ ସଂକ୍ରମଣ ନ ବ୍ୟାପିବା ପାଇଁ କଟକଣା ଜାରି କରା ଯାଇଥିଲା | ପାର୍ବଣ ସମୟରେ କଟକ ଓ ଭୁବନେଶ୍ବରରେ ବିଭିନ୍ନ ହାଟବଜାରରେ ଯେଉଁ ଗହଳି ଦେଖିବାକୁ ମିଳିଥିଲା ତା’ର ପ୍ରଭାବ ଆଗାମୀ ଦିନରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ପୂର୍ବରୁ ଯେଭଳି ଭାବରେ ଦୋକାନ ବଜାର ଖୋଲା ଯାଉଥିଲା ଠିକ ସେହିପରି ଖୋଲା ହେବ |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0