ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି। ଆବଶ୍ୟକ ସର୍ତ୍ତ ରଖି ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚାନଯୋଗ୍ୟ ଯେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଦାୟର ମାମଲାରେ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପୂର୍ବରୁ ଏହି ମାମଲାରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ଜାମିନ ଆବେଦନ ନିମ୍ନ ଅଦାଲତ ଖାରଜ କରିବା ସହିତ ବିଧାୟକଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ବିଧାୟକଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଭଳି ସର୍ତ୍ତ ରହିଛି। ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ଅକ୍ଟୋବର ୮ ତାରିଖରେ ଜାମିନ ଖାରଜ ନିର୍ଦ୍ଦେଶ ବିରୋଧରେ ଚିଲିକା ବିଧାୟକ ହାଇକୋର୍ଟରେ ଆବେଦନ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0