କେନ୍ଦ୍ରର ମୋଦୀ ସରକାର ଉପରେ ଗୁରୁତର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ। ୨୦୧୪ ରୁ ୨୦୨୦ ମଧ୍ୟରେ ପ୍ରାୟ ୩୫ ହଜାର ଉଦ୍ୟୋଗି ଦେଶ ଛାଡି ଚାଲି ଯାଇଥିବା କହିଛନ୍ତି ଅର୍ଥ ମନ୍ତ୍ରୀ ଅମିତ୍ ମିତ୍ର । ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ଫେରାର ସମସ୍ତ ଉଦ୍ୟୋଗପତି ବିତ୍ତଶାଳୀ ଥିଲେ। ଏବେ ସେମାନେ ପ୍ରବାସୀ ଭାରତୀୟ ହୋଇ ଯାଇଛନ୍ତି। ସେମାନେ ଭାରତରେ ନିଜ ବ୍ୟବସାୟକୁ ନେଇ ସୁରକ୍ଷିତ ମଣି ନଥିବା ସେ କହିଛନ୍ତି। ମିତ୍ର କହିଛନ୍ତି, ଦୁନିଆରେ ପଳାୟନ ମାମଲାରେ ଭାରତ ଏକ ନମ୍ବରରେ ରହିଛି। ଏହାର କାରଣ ଦେଶରେ ଜାରି ଭୟର ମାହୋଲ ? ତେଣୁ ପ୍ରଧାନମନ୍ତ୍ରୀଙ୍କ ନିଜ ଶାସନରେ ଉଦ୍ୟୋଗପତିଙ୍କ ଏହି ପଳାୟନ ଉପରେ ସଂସଦରେ ଶ୍ଵେତପତ୍ର ଜାରି କରିବା ଉଚିତ୍। ଅମିତ୍ ମିତ୍ର କହିଛନ୍ତି, ମୋର୍ଗାନ ଷ୍ଟାନଲିର ରିପୋର୍ଟ ଅନୁସାରେ, ୨୦୧୪ରୁ ୨୦୧୮ ମଧ୍ୟରେ ପ୍ରାୟ ୨୩ ହଜାର ବିତ୍ତଶାଳୀ ଭାରତ ଛାଡିଛନ୍ତି। ଏହା ଦୁନିଆରେ ସବୁଠୁ ବଡ ଖରାପ ସ୍ଥିତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0