ମହାଲିଙ୍ଗ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକୁ ନେଇ ଥମୁନି ବିବାଦ | ରାଜ୍ୟ ସାରା ଦେଖିବାକୁ ମିଳିଛି ବିକ୍ଷୋଭ ପ୍ରଦର୍ଶନ | ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ରାଧେ ଘରୁ ଗୋଟିଏ ବ୍ୟାଗ୍ ମିଳିଥିଲା। ସେହି ବ୍ୟାଗ୍ରୁ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ତେବେ ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ବ୍ୟାଗଟି ମମିତାଙ୍କର ନୁହେଁ ବୋଲି ପୁଲିସ୍ ସ୍ପଷ୍ଟ କରିଛି। ସେପଟେ ମୃତଦେହ ନିକଟରୁ ମିଳିଥିବା ମମିତାଙ୍କ ଚେନ୍ ଓ ପାଉଁଜି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମମିତାଙ୍କ ପରିବାର ଲୋକ ଚିହ୍ନଟ କରିବା ପରେ ପୁଲିସ ହସ୍ତାନ୍ତର କରିଛି। ଏହି ହତ୍ୟାକୁ ନେଇ ବିରୋଧୀ ଶାସକ ଦଳର ଶାସନ କାର୍ଯ୍ୟ ଉପରକୁ ଟାର୍ଗେଟ କରିଛି |



Visitors Today : 5
Total Visitors : 130174
Total Views : 9891621
Visitors Online Now : 0