ନୂଆଦିଲ୍ଲୀ: ରବିବାର ଦିନ ତାଇପେଇରେ ୬.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତର-ପୂର୍ବ ତାଇୱାନରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୬୬.୮ କିଲୋମିଟର ଥିଲା । ୟିଲାନରେ ଏହାର ଏପିକ୍ ସେଣ୍ଟର ବୋଲି ପାଣିପାଗ ବ୍ୟୁରୋ ପକ୍ଷରୁ କୁହାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସି ନାହିଁ। ପାଖାପାଖି ୩୦ ସେକେଣ୍ଡ ଧରି ସବୁକିଛି ଦୋହଲିଥିଲା ଥିଲା ।ତାଇପେଇ ମେଟ୍ରୋ ଟ୍ରେନକୁ ବନ୍ଦ କରାଯାଇ ପରେ ଏହାକୁ ଚାଲୁ କରାଯାଇଛି। ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ ଅପରେଟର କହିଛନ୍ତି ଯେ, ଗ୍ରୀଡ୍ ସ୍ୱାଭାବିକ ଭାବରେ ଚାଲୁଥିବାବେଳେ ରେଳ ପ୍ରଶାସନ ଟ୍ରାକ ଯାଞ୍ଚ କରୁଛି । ସେହିପରି ଉତ୍ତର ତାଇୱାନର TSMCର କର୍ମଚାରୀମାନଙ୍କୁ ସ୍ଥାନାନ୍ତର କକରାଯାଇଛି। ସମସ୍ତ ସୁରକ୍ଷିତ ଅଛନ୍ତି। ୨୦୧୬ରା ରେ ଦକ୍ଷିଣ ତାଇୱାନରେ ହୋଇଥିବା ଭୂକମ୍ପରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୯୯୯ ରେ ୭.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0