ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠୁ ୩୦ ତାରିଖ ଯାଏ ତାମିଲନାଡୁ, ପୁଡୁଚେରୀ ଓ କେରଳର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହପିରି କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ ଓ ରୟାଲସୀମାରେ ୨୯ ଓ ୩୦ ତାରିଖ ବର୍ଷିବ । ୨୮ରୁ ୩୦ ତାରିଖ ଯାଏ ଆନ୍ଧ୍ର ପ୍ରଦେଶ ଉପକୂଳରେ ବର୍ଷା ସମ୍ଭାବନା ଥିବା ଆଇଏମଡି ସୂଚନା ଦେଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0