spot_img

ଡିସେମ୍ବରରେ ବିବାହ କରିପାରନ୍ତି କ୍ୟାଟ୍ରିନା ଏବଂ ଭିକି କୌଶଲ

ଡିସେମ୍ବରରେ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଆଉ ବିବାହ ବେଳେ କ୍ୟାଟ୍‌ ସବ୍ୟସାଚୀଙ୍କ ଆଉଟଫିଟ୍‌ ପିନ୍ଧିବେ ବୋଲି ମଧ୍ୟ ଖବର ମିଳିଛି। ପୂର୍ବରୁ ଦୁହିଁଙ୍କ ବିବାହ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି। ଦୀର୍ଘଦିନ ହେଲାଣି ଦୁହେଁ ଖବରରେ ରହିଛନ୍ତି। ଉଭୟ ଲୁଚାଛପା ଭାବେ ନିର୍ବନ୍ଧ କରିଥିବା ଖବର ମଧ୍ୟ ଆସିଥିଲା ।

କ୍ୟାଟ୍ରିନା କୈଫ୍‌ ଏବଂ ବିକି କୌଶଲଙ୍କୁ ଏକାଠି ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟଙ୍କୁ ଦେଖି ଏବେ ଗସିପ୍ ଆରମ୍ଭ ହୋଇଯାଇଛି । ତେଣୁ ଦୁହେଁ ଡିସେମ୍ବରରେ ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଗୁଜବ ଚାଲିଛି । ଏହା କେତେ ଦୂର ସତ ତାହା ପରେ ଜଣା ପଡିବ । ତେବେ କ୍ୟାଟ୍ରିନାଙ୍କ ଟିମ୍‌ ଏବଂ ଭିକି କୌଶଲ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ, ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ ଘରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଏକାଠି ନଜର ଆସିଥିଲେ। ଭିକି ଏବଂ କ୍ୟାଟ୍ରିନା ମଙ୍ଗଳବାର ରାତିରେ ଅଲଗା କାରରେ ଯାଇ ଅଲଗା ଗାଡିରେ ଫେରିଥିଲେ।

ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିବାହ ଡ୍ରେସ ମଧ୍ୟ ପ୍ରସ୍ତୁତ ରହିଛି। ନିକଟରେ ଭିକିଙ୍କ ଫିଲ୍ମ ‘ସର୍ଦ୍ଦାର ଉଦାମ’ର ସ୍କ୍ରିନିଂରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବାର କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା। କରଣ ଜୋହରଙ୍କ ଚାଟ୍ ସୋ’ରେ କରଣ ଭିକିଙ୍କୁ ପଚାରିଥିଲେ ତାଙ୍କ ଯୋଡି କାହା ସହିତ ଭଲ ଦେଖାଯିବ? ଏହା ଉପରେ ସେ କ୍ୟାଟ୍ରିନା ଭିକିଙ୍କ ନାମ ନେଇଥିଲେ। ତା’ ପରଠାରୁ ଉଭୟଙ୍କୁ ଅନେକ ଆୱାର୍ଡ ଶୋ ଏବଂ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛୁ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଖବର ସତ କି ନୁହେଁ ତାହା ପରେ ନିଶ୍ଚିତ ଜଣାପଡିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular