‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା। ଏକ ସାକ୍ଷାତକାର ଦେବା ଅବସରରେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍ ସମ୍ପର୍କରେ ଖୁଲାସା କରିଛନ୍ତି। କିଭଳି ଭାବରେ ଜଣେ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ସେ ସମ୍ପର୍କରେ ଇଶା ସାକ୍ଷାତକାର କହିଛନ୍ତି। ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ସଫା ସଫା ମନା କରି ଦେବାରୁ ସେ ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ବୋଲି ଇଶା କହିଛନ୍ତି। ଇଶା କହିଛନ୍ତି, ‘ସେହି ଦିନ ମେକ୍ଅପ୍ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍ ଶେଆର କରିଥିଲି। ମୋତେ ଡର ଲାଗୁଛି ଓ ଏଠାରେ ଏକାକୀ ଶୋଇପରିବି ନାହିଁ ଏହି ବାହାନା କରି ମେକ୍ଅପ୍ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍ ଶେଆର କରିଥିଲି। ହେଲେ ପ୍ରକୃତ କଥା ଭୂତ ନଥିଲା। ବରଂ ଜଣେ ଲୋକଙ୍କୁ ମୁଁ ଡରି ଯାଇଥିଲି। କାରଣ ଆପଣ ଜାଣି ନଥିବେ, କେତେବେଳେ ଆପଣଙ୍କୁ ବାହାର କରି ଦିଆଯିବ। ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ଖରାପ ନଜରରେ ଦେଖୁଥିଲି।’ ଇଶା ଆହୁରି କହିଛନ୍ତି, ‘ଫିଲ୍ମର ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ, ମୋ ସହ ସେ କାମ କରିବାକୁ ହୁଁ ନାହାନ୍ତି। ମୁଁ ୪-୫ ଦିନ ଶୁଟିଂ ମଧ୍ୟ କରି ସାରିଥିଲି। ଏସବୁ ଏଥିପାଇଁ ହେଲା, କାରଣ ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ତେବେ ଏହି ସମୟରେ ଡାଇରେକ୍ଟର ଇଶାଙ୍କୁ ସପୋର୍ଟ କରିଥିଲେ ଓ ପ୍ରଡ୍ୟୁସରଙ୍କୁ ମନା କରି ଦେଇଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0