ବାଣ ନିଷିଦ୍ଧ ନିଷ୍ପତ୍ତି କୌଣସି ସମ୍ପ୍ରଦାୟ ବିରୋଧୀ ନୁହଁ। ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକଥା କହିଛନ୍ତି । ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରି ବାଣକୁ ନିଷିଦ୍ଧ କରାଯାଉଛି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। କେତେ ଲୋକଙ୍କ ମଜା ମଉଜ ପାଇଁ ତୁମେ ନାଗରିକଙ୍କ ଜୀବନ ସହ ଖେଳ ଖେଳିପାରିବ ନାହିଁ। ଆମେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧୀ ନୁହଁ। ଆମେ ଦୃଢତାର ସହ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ, ନାଗରିକମାନଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ଆମେ ଏଠାରେ ଅଛୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ବାଣକୁ ନିଷିଦ୍ଧ କରିଥିଲେ। କିନ୍ତୁ ସବୁ ପ୍ରକାର ବାଣ ଉପରେ ରୋକ ଲଗାଯାଇ ନଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ସବୁ ପ୍ରକାର ବାଣକୁ ନିଷିଦ୍ଧ କରି ନାହୁଁ। ପ୍ରଦୂଷଣ ଦ୍ୱାରା ଦିଲ୍ଲୀ ଲୋକେ କେମିତି ଯନ୍ତ୍ରଣା ଭୋଗୁଛନ୍ତି ତାହା ସମସ୍ତେ ଜାଣନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଉପଭୋଗ ନାମରେ ନାଗରିକ ଅଧିକାରକୁ ଉଲ୍ଲଂଘନ କରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଏମ୍ ଆର ଶାହା ଏବଂ ଏଏସ୍ ବୋପାନ୍ନାଙ୍କ ଅଧ୍ୟକ୍ଷତାରେ ଶୁଣାଣି କରି ଏହି ରାୟ ଦିଆଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0