ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅମିତାଭ ବଚ୍ଚନ । ଆଜି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିଗ ବି । ଏନେଇ ନିଜେ ଅମିତାଭ ଏବଂ ପୁଅ ଅଭିଷେକ ଟ୍ୱିଟ କରି ଜଣାଇଛନ୍ତି । ପୂର୍ବରୁ ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ଏବେ ବି ଅଭିଷେକ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସୁଚନାଯୋଗ୍ୟ, ଅମିତାଭ ବଚ୍ଚନ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ପରେ ତାଙ୍କ ପୁଅ ଅଭିଷେକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଏହାର ୫ ଦିନ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଜୁଲାଇ ୨୭ ତାରିଖରେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଭିଷେକ ବଚ୍ଚନ ମଧ୍ୟ ଶୀଘ୍ର ସୁସ୍ଥ ହୋଇଯିବା ନେଇ ତାଙ୍କ ଫ୍ରେଣ୍ଡସ୍ ଓ ଫଲୋୟରସ୍ ଭଗବାନଙ୍କ ପାଖରେ ପ୍ରାଥନା କରୁଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0