ଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ନିଜ ଟୁଇଟ୍ ମାଧ୍ୟମରେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବେଆଇନ୍ ଭାବେ ରାଜନୈତିକ ନେତାଙ୍କୁ ଭାରତ ସରକାର ନଜରବନ୍ଦୀ କରିବା ଭାରତର ଗଣତାନ୍ତ୍ରିକ ଶାସନ ଉପରେ ଏକ ଶକ୍ତ ପ୍ରହାର ସଦୃଶ ।

ପୂର୍ବବର୍ଷ ଅଗଷ୍ଟରେ ଜମ୍ମୁ କଶ୍ମୀର ଉପରୁ୩୭୦ଧାରା ଉଠାଯିବା ସହଜମ୍ମୁ, କାଶ୍ମୀର ଏବଂ ଲଦାଖ୍କୁ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ବିଭାଜିତ କରାଯାଇଥିଲା । ଏହି ସମୟରେ ପିପୁଲସ୍ ଡେମୋକ୍ରେଟିକ୍ ପାର୍ଟିର ସଭାପତି ମେହବୁବାଙ୍କୁ ସର୍ବଜାନୀନ ସୁରକ୍ଷା ପାଇଁ ବିପଦଜନ୍ନକ କାରଣ ଦର୍ଶାଇ ଲୋକ ସୁରକ୍ଷା ଅଦିନିୟମ (ପିଏସ୍ଏ) ଆଧାରରେ ନଜରବନ୍ଦୀ କରାଯାଇଥିଲା । ଶୁକ୍ରବାର ତାଙ୍କର ଏହି ଅବଧିକାଳକୁ ବଢ଼ାଯାଇଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହାସହ ତାଙ୍କୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ମୁଖ୍ୟମନ୍ତ୍ରୀ ମୁଫ୍ତିଙ୍କୁ ମୁକ୍ତ କରିବା ପାଇଁ ସଂଗଠିତ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0