ଲୋନ୍ ଶୁଝି ନ ପାରିବା ଅଭିଯୋଗରେ ଜବତ ୨୦୦ କୋଟି ମୂଲ୍ୟର ହୋଟେଲକୁ ଶାଗ ମାଛ ଦରରେ ବିକ୍ର କରିଦେଲେ ପୂର୍ବତନ ଏସବିଆଇ ଚେୟାରମ୍ୟାନ୍ । ଏପରିକି ୨ଟି ହୋଟେଲକୁ ମାତ୍ର ୨୫ କୋଟି ଟଙ୍କାରେ ଅନ୍ୟ ଏକ କମ୍ପାନୀକୁ ନିଲାମ ଦେଇଦେଲେ। ୨ଟି ହୋଟେଲକୁ ମାତ୍ର ୨୫ କୋଟି ଟଙ୍କାରେ ଅନ୍ୟ ଏକ କମ୍ପାନୀକୁ ନିଲାମ ଦେଇଦେଲେ। କେବଳ ସେତିକି ନୁହେଁ, ଯେଉଁ କମ୍ପାନୀକୁ ଏତେ ଶସ୍ତା ମୂଲ୍ୟରେ ଉକ୍ତ ହୋଟେଲ ୨ଟି ଟେକିଦେଲେ, ଯାହା ଉପରେ ଏତେ ଅନୁକମ୍ପା ଦେଖାଇଲେ ଅବସର ପରେ ସେହି ହୋଟେଲର ଡାଇରେକ୍ଟର ଆସନରେ ବସିଲେ। ଏନେଇ କ୍ଷତିର ସମ୍ମୁଖୀନ ହୋଇଥିବା ହୋଟେଲ ଗ୍ରୁପ୍ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଏସ୍ବିଆଇର ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀ । ଏନପିଏ ଘୋଷଣା କରିବା ପରେ ଶସ୍ତା ମୂଲ୍ୟରେ ହୋଟେଲ ସମ୍ପତ୍ତି ବିକ୍ରୟ ମାମଲାରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଦିଲ୍ଲୀରୁ ଜୈସଲମେର ପୁଲିସ୍ ତାଙ୍କୁ ଗିରଫ କରିଛି। ରବିବାର ପ୍ରତୀପଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ଜୈସଲମେର କୋର୍ଟରେ ହଜାର କରାଯିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0