ସମ୍ବଲପୁର କୁଚିଣ୍ଡାରେ BSKY ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁରର ପ୍ରତି ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ଦାୟିତ୍ବ ଦିଆଯାଇଛି । ୯ଟି ବ୍ଲକ୍ ସହିତ ମହାନଗର ନିଗମ ଅଞ୍ଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ବାଇ କାର୍ଡ ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ସମଲେଶ୍ବରୀଙ୍କ ପୀଠକୁ ଆସି ବହୁତ ଖୁସି । ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି । ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଢୀ ସାରା ବିଶ୍ବରେ ବେଶ ଆଦର ସାଉଣ୍ଟିଛି। ବିଶ୍ବ ଦରବାରରେ ଆଜି ଶାଢୀ ପାଇଁ ସମ୍ବଲପୁର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେହିପରି ମୁଖ୍ୟମନ୍ତ୍ରୀ ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1