ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ ଆମର ମୂଳ ଲକ୍ଷ୍ୟ ହେବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହାଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ବାରା କେବଳ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1