ଦିବଙ୍ଗତ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଜନହିତ କାର୍ଯ୍ୟକୁ ଆଗକୁ ନେବେ ତାମିଲ ଅଭିନେତା ଵିଶାଲ | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଲୋକେ ଅଭିନେତାଙ୍କ ଏହି ମହାନତା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଵିଶାଲ କହିଛନ୍ତି ଯେ ସେ ପୁନିତ ରାଜକୁମାରଙ୍କ ସମାଜ ସେବା କାର୍ଯ୍ୟ ଜାରି ରଖିବେ। ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଯିଏ ପୁନିତଙ୍କ ପରିବାର। ପୁନିତଙ୍କ ଦେହାନ୍ତ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସମାଜ ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି। ଫିଲ୍ମ ଉଦ୍ୟୋଗ ପାଇଁ ସେ ବହୁତ କିଛି କରିଛନ୍ତି ଓ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଗୌରବ ଥିଲେ ବୋଲି କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0