spot_img

ଦନ୍ତେୱାଡାରେ ମାଓବାଦୀଙ୍କ ବର୍ବରତା

ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ପୋଲିସର ଗୁଇନ୍ଦା ଜବାନଙ୍କୁ ଗୁଳି କରି ହତ୍ୟା କଲେ ଲାଲ୍ ବାହିନୀ । ଦନ୍ତେୱାଡା ଜିଲ୍ଲା ଟେଟମ ଗାଁରେ ଘଟିଛି ଏଭଳି ମାଓ ହିଂସା । ନକ୍ସଲପନ୍ଥୀଙ୍କ ଏହି ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ନକ୍ସଲପନ୍ଥୀଙ୍କୁ ଧରିବା ଲାଗି ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ମଙ୍ଗଳବାର ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଟେଟମ ଗାଁରେ ପହଞ୍ଚି ଉମେଶ ମାଡକମ ନାମକ ଜଣେ ଗୁଇନ୍ଦା ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ଟେଟମ ଗାଁରେ ସିଆରପିଏଫ କ୍ୟାମ୍ପ ସ୍ଥାପନ ହେବା ଲାଗି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଉମେଶ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular