ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫ୍ଜଇ ମଙ୍ଗଳବାର ଦିନ ସୁନିଶ୍ଚିତ କରିଛନ୍ତି | ଟୁଇଟ୍ କରି ବିବାହ ଉତ୍ସବର ଫଟୋ ସେୟାର୍ କରିବା ସହ ମଲାଲା ଲେଖିଛନ୍ତି, ଆଜି ଦିନଟି ମୋ ଜୀବନ ପାଇଁ ଅମୂଲ୍ୟ। ଜୀବନ ସାଥୀ ହେବା ପାଇଁ ଆସେର୍ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ହେଲୁ। ବର୍ମିଙ୍ଗ୍ହାମ୍ସ୍ଥିତ ବାସଭବନରେ ପରିବାରବର୍ଗଙ୍କ ଗହଣରେ ଆମେ ଛୋଟଧରଣର ବିବାହ ଉତ୍ସବ ପାଳିଲୁ। ଦୟାପୂର୍ବକ ଆମ ପାଖକୁ ଆପଣଙ୍କର ସଦିଚ୍ଛା ପ୍ରେରଣ କରନ୍ତୁ। ଭବିଷ୍ୟତ ଯାତ୍ରାରେ ଏକତ୍ର ଚାଲିବା ପାଇଁ ଆମେ ଉତ୍ଫୁଲ୍ଲିତ। ୨୪ ବର୍ଷୀୟ ମଲାଲା ୟୁସୁଫ୍ଜଇ ହେଉଛନ୍ତି ଜଣେ ନାରୀ ଶିକ୍ଷାକୁ ସମର୍ଥନ କରୁଥିବା ଜଣେ ପାକିସ୍ତାନୀ ସାମାଜିକକର୍ମୀ ଏବଂ ଇତିହାସରେ ସର୍ବକନିଷ୍ଠ ନୋବେଲ୍ ପୁରସ୍କାର ବିଜୟିନୀ। ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବା ବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବ୍ମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0