‘ଆଇଏନ୍ଏକ୍ସ୍ ମିଡିଆ’ ମାମଲାରେ ଅଭିଯୁକ୍ତମାନଙ୍କୁ ତଦନ୍ତ କାଗଜପତ୍ରର ନକଲ ଦେବାପାଇଁ ଗୃହୀତ ଆଦେଶକୁ ଚାଲେଞ୍ଜ୍ କରି ‘ସିବିଆଇ’ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍ ଏବଂ ତାଙ୍କ ପୁଅ କାର୍ତି ଚିଦମ୍ବରମ୍ ସମ୍ପୃକ୍ତ ଅଛନ୍ତି। ଅଭିଯୁକ୍ତମାନେ ‘ମାଲଖାନା’ରେ ଥିବା ଦଲିଲ ଆଦି ତନଖି କରିପାରିବେ ବୋଲି ମାର୍ଚ ମାସରେ ଏକ ସ୍ବତନ୍ତ୍ର ଅଦାଲତ ଦେଇଥିବା ରାୟ ବିରୋଧରେ ‘ସିବିଆଇ’ କରିଥିବା ଚାଲେଞ୍ଜ୍ର ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରୁଥିଲେ। ସ୍ବତନ୍ତ୍ର ଅଦାଲତ କହିଥିଲେ କି, ନିରପେକ୍ଷ ବିଚାର ଉପରେ ସୁନିଶ୍ଚିତ ହେବାକୁ ତଦନ୍ତ ସମୟରେ ସଂଗ୍ରହ କରିଥିବା କାଗଜପତ୍ର କିଂବା ରେକର୍ଡ କରିଥିବା ବୟାନ ସବୁକୁ ‘ସିବିଆଇ’ ଫାଇଲ୍ କରିବା କିଂବା ଦାଖଲ କରିବା ଆବଶ୍ୟକ। ଅଭିଯୁକ୍ତମାନେ ମଧ୍ୟ ସେ ଦଲିଲପତ୍ରର କପି ପାଇବାକୁ ହକଦାର।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0