ଭୋପାଲ ବିଜେପି ସାଂସଦ ସାଧବୀ ପ୍ରଜ୍ଞା ଠାକୁର ପୁଣିଥରେ ବିବାଦୀୟ ବୟାନ ଦେଇ ରାଜନୈତିକ ମାହୋଲ ଗରମ କରିଦେଇଛନ୍ତି। ଏଥର ପ୍ରଜ୍ଞା ଠାକୁର ନମାଜରୁ ହେଉଥିବା ଅଜାନର ଶବ୍ଦକୁ ନେଇ ଆପତ୍ତି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଏହି ଶବ୍ଦ ଯୋଗୁଁ ସାଧୁ ସନ୍ଥଙ୍କ ଧ୍ୟାନ ଭଙ୍ଗ ହେଉଛି ଏବଂ ରୋଗୀ ମଧ୍ୟ ବିରକ୍ତ ହେଉଛନ୍ତି। ପ୍ରଜ୍ଞା ଠାକୁର ମଙ୍ଗଳବାର ରାତିରେ ରାମ ମନ୍ଦିରର ଏକ କାର୍ଯ୍ୟକ୍ରମରେ ସମ୍ବୋଧନରେ ଅଜାନର ଶବ୍ଦକୁ ନେଇ ପରୋକ୍ଷ ଭାବେ ହମଲା କରିଛନ୍ତି। ସେ କହିଛନ୍ତି ଯେ ସକାଳ ୫ଟା ପାଖାପାଖି ଜୋର ଶବ୍ଦ ଶୁଭିଥାଏ। ଏହାଦ୍ୱାରା ନାନା ରୋଗରେ ପୀଡିତ ରୋଗୀଙ୍କ ନିଦ ଭାଙ୍ଗି ଯାଇଥାଏ ଓ ସେମାନଙ୍କୁ ସମସ୍ୟା ହୋଇଥାଏ। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ସାଧୁ ସନ୍ଥ ସାଧନା ମଧ୍ୟ କରିଥାନ୍ତି ଓ ସେହି ସମୟରେ ଆଳତୀ ମଧ୍ୟ ହୋଇଥାଏ। ଏତିକିବେଳେ ଜୋର ଶବ୍ଦ ଆସିଥାଏ। ସାଂସଦ କହିଛନ୍ତି ଭାରତ ସନାତନ ଧର୍ମର ଦେଶ। କିନ୍ତୁ ଅନ୍ୟ ଦେଶର ଜନ୍ମ ହୋଇଛି। ଆମର କେବେ ମରଣ ହେବନାହିଁ କିନ୍ତୁ ଯେଉଁ ଦେଶ ଜନ୍ମ ହୋଇଛି ତାର ଅଂଟା ନିଶ୍ଚୟ ହେବ। ସେ କହିଛନ୍ତି ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସନ୍ତାନ। ଲାଉଡ଼ସ୍ପିକରରେ ସକାଳୁ ସକାଳୁ ଏତେ ଶବ୍ଦ ଉଚିତ ନୁହେଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0