ଗଣିଆ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସମସ୍ତ କ୍ଲଷ୍ଟର ର ବିଦ୍ୟାଳୟ ଗୁଡ଼ିକ ରୁ ଆସିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମକ୍ଟଙ୍ଖସୟ ୧୯ ଗାଇଡ ଲାଇନ ଅନୁଯାୟୀ , କେ . ସି ନୋଡାଲ ବିଦ୍ୟାପୀଠ,ଗଣିଆ ପ୍ରାଙ୍ଗଣ ରେ ଚଳିତ ବର୍ଷ ର \”ସୁରଭି ୨୦୨୧\” କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଯଥା:- ଡିବେଟ, ପ୍ରବନ୍ଧ, ଚିତ୍ରାଙ୍କନ, ନୃତ୍ୟ ଓ ଗୀତ ଆଦି କାର୍ୟ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ୟ୍ୟକରମରେ ମୁଖ୍ୟ ଅତଥିଭାବରେ ଗଣିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା ଲେଙ୍କା ମହୋଦୟା ଯୋଗଦାନ କରି ପୁରସ୍କାର ପ୍ରଦାନ କଲେ। ତତ୍ ସହିତ ଏ, ବି,ଓ ଶ୍ରୀଯୁକ୍ତ ରାଜକିଶୋର ମହାରଣା,ବି. ଆର. ସି ସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ , ସମସ୍ତ କ୍ଲଷ୍ଟର୍ ର ସି. ଆର. ସି ସି, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷକ ସଂଘ ର ସଭାପତି, ସମ୍ପାଦକ, କର୍ମକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ କରି ଉକ୍ତ କାର୍ୟ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ। ପରିଶେଷରେ ସି. ଆର. ସି ସି ଆଡ଼କଟା ଶ୍ରୀଯୁକ୍ତ କେଶବ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0