ତ୍ରିପୁରା ହିଂସାର ନିଆଁ ମହାରଷ୍ଟ୍ରକୁ ବ୍ୟାପି ଯାଇଛି | ତ୍ରିପୁରାରେ ହୋଇଥିବା ହିଂସାକୁ ନେଇ ଅମରବତୀରେ ଦୁଇ ଦିନ ଧରି ହଙ୍ଗାମା ଜାରି ରହିଛି | ଗତକାଲି ତ୍ରିପୁରା ହିଂସାକୁ ନେଇ ଅମରାବତୀରେ ମୁସଲିମ ସଂଗଠନ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି | ଏହାକୁ ବିରୋଧ କରି ହିନ୍ଦୁ ସଂଗଠନ ମାନେ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି | ବନ୍ଦ ଡାକରା ବେଳେ ପୋଲିସ ଲାଠି ଚାର୍ଜ ମଧ୍ୟ କରିଛି | ଅମରାବତୀରେ 144 ଧାରା ଜାରି କରାଯାଇଛି | ସୂଚାନଯୋଗ୍ୟ ଯେ ବାଂଲାଦେଶରେ ଗତ କିଛି ଦିନ ତଳେ ହିନ୍ଦୁ ମାନଙ୍କ ଉପରକୁ ଯେଉଁଭଳି ଆକ୍ରମଣ କରାଯାଇଥିଲା ସେସବୁ ପାଇଁ ତ୍ରିପୁରାରେ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା | ଫଳରେ ମୁସଲିମ ସମ୍ପ୍ରଦାୟର ଲୋକେ ଅଭିଯୋଗ କରିଥିଲେ ଯେ ହିନ୍ଦୁ ମାନେ ମସଜିଦକୁ ଭାଙ୍ଗି ଦେଇଥିଲେ | ଏହାକୁ ନେଇ ଅମରବତୀରେ ମୁସଲିମ ସଂଗଠନ ମାନେ ହଂଗାମା ଆରମ୍ଭ କରି ଦେଇଥିଲେ |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0