ଏକ ମହତ୍ୱପୂର୍ଣ୍ଣ ଘଟଣାକ୍ରମରେ ଜମ୍ମୁ-କାଶ୍ମୀର ପିଡିପି ନେତ୍ରୀ ମହବୁବା ମୁଫ୍ତିଙ୍କୁ ବୁଧବାର ତାଙ୍କ ଘରେ ନଜରବନ୍ଦୀ କରାଯାଇଛି। ମୁଫ୍ତି ବୁଧବାର ଜମ୍ମୁ ଫେରିଥିଲେ। ତେବେ ତାଙ୍କୁ ଲାଲଚୌକ ପ୍ରଦର୍ଶନରେ ଭାଗନେବାକୁ ଅନୁମତି ଦିଆଯାଇନି ବୋଲି ପିଡିପି ଅଭିଯୋଗ କରିଛି। ହୈଦରପୋରା ସଂଘର୍ଷରେ ପ୍ରାଣ ହରାଇଥିବା ଅଲତାଫ ଓ ମୁଦାସିରଙ୍କ ପରିବାର ଲୋକେ ଲାଲଚୌକରେ କ୍ୟାଣ୍ଡଲ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏଥିରେ ମହବୁବା ଯୋଗ ଦେବାର ଥିଲା, ହେଲେ ସେ କାର୍ଯ୍ୟକ୍ରମକୁ ଆସି ନାହାନ୍ତି। ଏଣୁ ତାଙ୍କୁ ପୋଲିସ ଘରେ ନଜରବନ୍ଦୀ କରିଥିବା ତାଙ୍କ ପାର୍ଟି ଅଭିଯୋଗ କରିଛି। ଅନ୍ୟଏକ ଘଟଣାକ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ମହବୁବା ମୁଫ୍ତିଙ୍କ ଭାଇ ମୁଫ୍ତି ତସଦ୍ଦୁକ ସଇଦଙ୍କୁ ମନିଲଣ୍ଡ୍ରିଂ ମାମଲାରେ ସମନ କରିଥିବା ଜଣାପଡିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0