spot_img

ମୋଦି ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନ୍ୟାୟ : କଙ୍ଗନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହର ନେଇ ଘୋଷଣା କରିଛନ୍ତି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିନେତ୍ରୀ କଙ୍ଗନା ରାଣାୱତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୃଷି ଆଇନର ପ୍ରତ୍ୟାହାର ଅତି ଦୁଃଖାଦାୟକ ଏବଂ ଲଜ୍ଜାଜନକ । ଏହା କହି କଙ୍ଗନା କହିଛନ୍ତି ଯେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନ୍ୟାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଯାହା ଏକ ବର୍ଷରୁ ଅଧିକ ସମୟ ଧରି ବିବାଦ ହୋଇଆସୁଥିଲା । ଏଥିପାଇଁ ସଂସଦର ଆଗାମୀ ଅଧିବେଶନରେ ଏହି ବିଲ୍ ଅଣାଯିବ । କଙ୍ଗନା ରାଣାୱତ କହିଛନ୍ତି ଯେ ଯଦି ରାସ୍ତାରେ ଲୋକମାନେ ସଂସଦରେ ନିର୍ବାଚିତ ସରକାରଙ୍କ ବଦଳରେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ଏକ ଜିହାଦି ରାଷ୍ଟ୍ର ହେବ । ଯେଉଁମାନେ ଏହା ଚାହୁଁଛନ୍ତି ସେମାନଙ୍କୁ ଅଭିନନ୍ଦନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular