ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ ଠକାମିର ସିକାର ହୋଇଛନ୍ତି। ଯାହାକୁ ସୈଫ ନିଜେ ପ୍ରକାଶ କରିଛନ୍ତି। ଫିଲ୍ମ ‘ବଣ୍ଟି ଅର ବାବଲି ୨’ରେ ତାଙ୍କ କୋ-ଷ୍ଟାର ରାନୀ ମୁଖାର୍ଜୀଙ୍କ ସହ ବାର୍ତ୍ତାଳାପ ସମୟରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ଆୟର ୭୦ ପ୍ରତିଶତ ସମ୍ପତ୍ତିରେ ବିନିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସେହି ସମ୍ପତ୍ତି ପାଇନାହାଁନ୍ତି। ନିର୍ମାତା ଏହି ବାର୍ତ୍ତାଳାପର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି। ବଣ୍ଟି ଅର ବାବଲି ୨’ ର କୋ-ଷ୍ଟାର୍ ସୈଫ ଅଲି ଖାନ ଏବଂ ରାନୀ ମୁଖାର୍ଜୀ ‘ଚା ବିଷୟରେ ଆଲୋଚନା କରୁଛନ୍ତି’। ଏହି ସମୟରେ, ସୈଫ ତାଙ୍କ ସହ ଘଟିଥିବା ପ୍ରପର୍ଟି ସ୍କେମକୁ ପ୍ରକାଶ କରିଛନ୍ତି। ସୈଫ କହିଛନ୍ତି, ‘କିଛି ବର୍ଷ ପୂର୍ବେ ମୁଁ ଏକ ସମ୍ପତ୍ତିରେ ଟଙ୍କା ବିନିଯୋଗ କରିଥିଲି। ସେହି ସମୟରେ, ମୁଁ ମୋର ରୋଜଗାରର ୭୦ ପ୍ରତିଶତ ବିଲଡର୍ ସହିତ ବିନିଯୋଗ କରିଥିଲି। ମୋତେ କୁହାଯାଇଥିଲା ଯେ ଏହି ସମ୍ପତ୍ତି ତିନି ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ସେହି ସମ୍ପତ୍ତି ପାଇପାରିନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0