ନରସିଂହପୁରରେ ବ୍ୟାପକ ଚୋରା ବାଇକ ଚଳାଚଳ ଏବଂ କାରବାର ହେଉଥିବା ପୋଲିସ କୁ ତଥ୍ୟ ମିଳିବା ପରେ ଖଣ୍ଡଗିରି ପୋଲିସ ନରସିଂହପୁର ବ୍ଲକରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ୧୩ଟି ଚୋରା ବାଇକ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରେ ନରସିଂହପୁର, ବାଙ୍କୀ,ନୂଆପାଟଣାଏବଂ ବାଙ୍କି ଆଦି ବିଭିନ୍ନ ଅଞ୍ଚଳ ର ଚାରି ଜଣଙ୍କୁ ଥାନାର ଅଟକ ରଖି ପଚାର ଉଚରା କରି ତାଙ୍କୁ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ।ନରସିଂପୁର ଥାନା ର ବିଭିନ୍ନ ଅଞ୍ଚଳ ରେ ଖଣ୍ଡଗିରି ଥାନା ର ଜଣେ ଆଇଆଇସି, ସବ୍ ଇନ୍ସପେଟର ଙ୍କ ସହିତ ୬ ଜଣିଆ ଟିମ୍ ଅଚାନକ ଚଢ଼ାଉ କରି ନରସିଂହପୁର ର ବିଭିନ୍ନ ଅଞ୍ଚଳ ରୁ ଜବତ କରିଛି ମୋଟ ୧୩ ଟି ଚୋରା ମୋଟସାଇକେଲ। ସୂଚନା ବିଭିନ୍ନ ଅଞ୍ଚଳରୁ ମୋଟସାଇକେଲ ଚୋରି କରି ଆଣି ଦୁର୍ବୃତ୍ତ ମାନେ ବହୁତ୍ କମ୍ ରେଟ୍ ରେ କିମ୍ବା ମୋଟର ସାଇକେଲର ସରଞ୍ଜାମ ବାହାର କରି ବିକ୍ରୀ କରୁଥିବା ବେଳେ ଚୋର ମାନଙ୍କୁ ଧରିବା ରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0