ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 9ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରି ତିନି ନୂତନ କୃଷି ଆଇନ ବିଲକୁ ପ୍ରତ୍ୟାହାର କରି ଦେଇଛନ୍ତି | ଏହି ଘୋଷଣା ପରେ ରାଜନୈତିକ ବାତାବରଣ ଏକଦମ ଦୋହଲି ଯାଇଛି | ଏଥିପାଇଁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି | ସେହିଭଳି ବିରୋଧୀ ଏନେଇ କଡା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ଏଆଇଏମଏଇଏମ ର ଅଧକ୍ଷ ଅସଦୁଦିନ ଓୱେସି ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ତିନୋଟି କୃଷି ଆଇନ ବିଲ ପ୍ରଥମରୁ ହିଁ ଅସାମ୍ବିଧାନିକ ଥିଲା | କେନ୍ଦ୍ର ସରକାରଙ୍କ ଅହଂକାର ପାଇଁ ନିରୀହ ଚାଷୀ ରାଜା ରାସ୍ତାକୁ ଓଲେହି ଥିଲେ | ମୋଦିଙ୍କ ଜିଦ ପାଇଁ 700 ରୁ ଅଧିକ ଜୀବନ ଅକାଳରେ ଚାଲିଗଲା | ସେ ଆନ୍ଦୋଳନରତ କୃଷକଙ୍କୁ ପ୍ରତ୍ୟାହାର କୃଷି ବିଲକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି | ସେପଟେ ଆଗକୁ ନିର୍ବାଚନ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଓୱେସି କହିଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0