ପ୍ରବଳ ବର୍ଷା ଏବଂ ପମ୍ବା ସମେତ ପ୍ରମୁଖ ନଦୀମାନଙ୍କରେ ବଢ଼ି ଆସିଥିବାରୁ ଆଜି ଦିନକ ପାଇଁ ପତନମତିଟ୍ଟା ଜିଲ୍ଲାସ୍ଥିତ ସାବରିମାଳା ପର୍ବତରେ ଅବସ୍ଥିତ ପ୍ରସିଦ୍ଧ ଆୟପ୍ପା ମନ୍ଦିର ଯାତ୍ରା ସ୍ଥଗିତ ରଖାଯାଇଛି। ଶୁକ୍ରବାର ଦିନ ପତନମତିଟ୍ଟା ଜିଲ୍ଲା ପ୍ରଶାସନ ଉପରୋକ୍ତ ଆଦେଶ ଜାରି କରିଥିଲା। ଖରାପ ପାଗ ଏବଂ କୋଭିଡ୍-୧୯ ପରିସ୍ଥିତିକୁ ଖାତର ନ କରି ଆୟପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ବହୁସଂଖ୍ୟକ ଯାତ୍ରୀ ପର୍ବତ ଆରୋହଣ କରୁଛନ୍ତି। ମଣ୍ଡଳମ୍-ମକରବିଲାକ୍କୁ ତୀର୍ଥ ପାଇଁ ନଭେମ୍ବର ୧୬ରୁ ଦୀର୍ଘ ଦୁଇମାସ ପାଇଁ ଆୟପ୍ପା ମନ୍ଦିର ଖୋଲା ରହିବ। ଜିଲ୍ଲାପାଳ ଦିବ୍ୟ ଏସ୍ ଆୟେର୍ ଜାରି କରିଥିବା ଉକ୍ତ ଆଦେଶନାମାରେ ଉଲ୍ଲେଖ ଅଛି, ଯାତ୍ରୀମାନଙ୍କ ନିରାପତ୍ତା ବିଷୟରେ ସୁନିଶ୍ଚିତ ହେବା ଲାଗି ଆସନ୍ତାକାଲି ପମ୍ବା ଏବଂ ସାବରିମାଳା ଯାତ୍ରା ନିଷେଧ କରାଯାଉଛି। ପାଗ ଅନୁକୂଳ ହେଲେ ଭର୍ଚ୍ୟୁଆଲ୍ ମାଧ୍ୟମରେ ଧାଡ଼ି ବାନ୍ଧିଥିବା ଯାତ୍ରୀମାନଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0