ରାଜଧାନୀ ନୂଆଦିଲ୍ଲୀରେ ଖୁବ୍ଶୀଘ୍ର ଲାଗିପାରେ ଅଡ୍-ଇଭେନ୍ ଫର୍ମୁଲା । ବାୟୁ ପ୍ରଦୂଷଣର ଚିନ୍ତାଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ବ୍ୟବହୃତ ଇନ୍ଧନ ସମ୍ୱନ୍ଧରେ କଲର୍ ଷ୍ଟିକର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ବିଭାଗ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି ଯେ, ସୁପ୍ରିମ୍ କୋର୍ଟଙ୍କ ଆଦେଶ ଏବଂ କେନ୍ଦ୍ରୀୟ ମୋଚରଯାନ ବାହନ ନିୟମ, ୧୯୮୯ ଅନୁସାରେ ଦିଲ୍ଲୀରେ ରେଜିଷ୍ଟର ହୋଇଥିବା ସମସ୍ତ ଗାଡ଼ି ଉପରେ କ୍ରୋମିୟମ ଆଧାରିତ ହଲୋଗ୍ରାମ ଷ୍ଟିକର ଲଗାଇବା ଅନିବାର୍ଯ୍ୟ । ବିଭାଗ ଏନେଇ କହିଛି ଯେ, ପୁରୁଣା ବାହନର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ନିଜ ନିଜ ବାହନର ୱିଣ୍ଡ୍ସ୍ଲିଣ୍ଡ୍ ଉପରେ ଇନ୍ଧନର ଶ୍ରଣୀ ହିସାବରେ ଷ୍ଟିକର ଲଗାଇବେ । ଏଥିପାଇଁ ହଲୋଗ୍ରାମ ବିକ୍ରେତାଙ୍କୁ ସଂପର୍କ କରିବାକୁ କୁହାଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0