ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। କୃଷି ଆଇନ୍ ପ୍ରତ୍ୟାହାରକୁ ସ୍ୱାଗତ କରୁଥିଲେ ବି ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ସମ୍ପୃକ୍ତ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି ଜଣାଇଛନ୍ତି। ଖେରୀ ହିଂସା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ତଳେ ଚାପି ହୋଇ ବହୁ କୃଷକ ଜୀବନ ହାରିଥିଲେ। ପୁଲିସ୍ ଆଶିଷ ମିଶ୍ରାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା କିନ୍ତୁ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ପ୍ରିୟଙ୍କା କହିଛନ୍ତି, ମୃତ କୃଷକଙ୍କ ପରିବାର ବହୁତ କଷ୍ଟରେ ଅଛନ୍ତି। ସେମାନଙ୍କ ମାନସିକ ସ୍ଥିତି ଭଲ ରହୁ ନାହିଁ। ସେମାନେ ନ୍ୟାୟ ଚାହୁଁଛନ୍ତି। ତେଣୁ ଅଜୟ ମିଶ୍ରା ମନ୍ତ୍ରୀ ପଦରେ ରହିଲେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିପାରିବନି। ଏକଥା ଆପଣଙ୍କୁ ବି ଭଲ ଭାବେ ଜଣା ଯେ, ଏପରି ଭୟାନକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପିତା ହେଉଛନ୍ତି ଆପଣଙ୍କ ସରକାରରେ ଗୃହ ରାଜ୍ୟ ମନ୍ତ୍ରୀ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0