ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ। ସେ ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଖାଇଲେ ନିଜ ସହାନୁଭୂତି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରନ ଖାନ୍ଙ୍କୁ ସେ ନିଜ ବଡ ଭାଇ ବୋଲି ମଧ୍ୟ କହିଦେଲେ। ଆଜି ପ୍ରଞ୍ଜାବ କଂଗ୍ରେସ ପ୍ରମୁଖ ନବଜୋତ ସିଂହ ସିଦ୍ଧୁ କରତାରପୁର କରିଡର ଯାଇଛନ୍ତି। ସେ ସେଠାରେ ଗୁରୁଦ୍ୱାରା ଯାଇ ପୂଜା କରିଛନ୍ତି। କରତାରପୁର କରିଡର ପହଞ୍ଚିବା ପରେ ସିଦ୍ଧୁଙ୍କୁ ବେଶ୍ ଧୂମଧାମରେ ସ୍ୱାଗତ କରାଯାଇଛି। ଏହି ସମୟରେ ସିଦ୍ଧୁ କାରତାରପୁର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଲତିଫଙ୍କ ସହ କଥା ହୋଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋର ବଡ଼ ଭାଇ ଭଳି। ସେ ମୋତେ ବହୁତ ଭଲପାଇବା ଦେଇଛନ୍ତି ବୋଲି ସିଦ୍ଧୁ କହିଥିଲେ। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର କ୍ରିକେଟରରୁ-ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁଙ୍କୁ ଦୁଇ ଦେଶ ମଧ୍ୟରେ ଶିଖ୍ ତୀର୍ଥଯାତ୍ରା ସ୍ଥଳ ଖୋଲିବାରେ ତାଙ୍କର ଭୂମିକା ପାଇଁ ପ୍ରଶଂସା କରିଥିଲେ। ୨୦୧୮ ରେ ଇମ୍ରାନ ଖାନ ଏବଂ ସିଦ୍ଧୁଙ୍କ ସମ୍ପର୍କ ଲାଇମଲାଇଟକୁ ଆସିଥିଲା ଯେତେବେଳେ ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0