କାହାର ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ, କିନ୍ତୁ ଭାରତକୁ ‘ବିଶ୍ବଗୁରୁ’ କରିବା ଲାଗି ଏକତ୍ର ହୋଇ ଜୀବନଯାପନ ଧାରା ଶିଖାଇବାକୁ ପଡ଼ିବ ବୋଲି ଛତିଶଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶୁକ୍ରବାର ଦିନ ‘ଆର୍ଏସ୍ଏସ୍’ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ର ସଦସ୍ୟମାନେ ଆୟୋଜନ କରିଥିବା କେତେଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋହନ ଭାଗବତ ସମ୍ପ୍ରତି ଛତିଶଗଡ଼ ଗସ୍ତରେ ଅଛନ୍ତି। ସେ କହିଛନ୍ତି, ଆମକୁ କାହାର ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ, କିନ୍ତୁ ଜୀବନଯାପନ ଧାରା ଶିକ୍ଷା ଦେବାକୁ ପଡ଼ିବ। ସମଗ୍ର ବିଶ୍ବକୁ ଏଭଳି ଶିକ୍ଷା ଦେବା ଲାଗି ଆମେ ଭରତଙ୍କ ଦେଶରେ ଜନ୍ମ ହୋଇଛନ୍ତି। କାହାର ଉପାସନା ବ୍ୟବସ୍ଥା ପରିବର୍ତ୍ତନ ନ କରି ଆମର ବିବିଧ ଧର୍ମବିଶ୍ବାସ ଆମକୁ ଉତ୍ତମ ମନୁଷ୍ୟ ଭାବେ ଗଢ଼ିତୋଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0