ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁର ସହରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଜିକାଲ ସର୍ଭେ ଆରମ୍ଭ କରାଯାଇଛି । ବ୍ରହ୍ମପୁର ସହରର ୧୦ଟି ସ୍ଥାନରେ ୫ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି । RMRC ଓ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଉଛି । କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକଶକ୍ତି କେତେ ବୃଦ୍ଧି ପାଇଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା ସହ ହାଇରିକ୍ସ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ ସଂଗ୍ରହ କରାଯିବ । ରାଜ୍ୟରେ କରୋନା ଆକ୍ରାନ୍ତ ଦିନକୁ ଦିନ ବଢି ଚାଲିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0