କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ଆଜି କଂଗ୍ରେସକୁ ଝଟକା ଦେଇପାରନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦଳର ଜଣେ ଟାଣୁଆ ନେତା ତଥା ପୂର୍ବତନ ସାଂସଦ କିର୍ତ୍ତୀ ଆଜାଦ ଆଜି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଛି। କିର୍ତ୍ତୀ ଆଜାଦ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ମମତା ବାନାର୍ଜୀ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି, ଏହା ପରେ ସେ ୨୫ ତାରିଖରେ କୋଲକତା ଫେରିବେ। ଦିଲ୍ଲୀ ଗସ୍ତ ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ମୋର ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବି। ଏହି ସମୟରେ BSF ଅଧିକାରର ସମ୍ପ୍ରସାରଣ ପ୍ରସଙ୍ଗ ଉଠାଇବି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲିଠୁ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରମୁଖ ହେଭିଓୱେଟ ନେତାଙ୍କୁ ଭେଟିବେ। ହେଲେ ସେ ତା’ ପୂର୍ବରୁ କଂଗ୍ରେସକୁ ଝଟକା ଦେଇପାରନ୍ତି ବୋଲି ଆକଳନ କରାଯାଉଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0