ତ୍ରିପୁରାରେ ମ୍ୟୁନିସିପାଲଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଟିମଏସି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକର୍ତ୍ତା ଉପରେ ପୋଲିସର ବର୍ବରତା ଏବଂ ଆକ୍ରମଣର ଅଭିଯୋଗ ନେଇ ସୋମବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସାଂସଦଙ୍କ ଏକ ପ୍ରତିନିନିଧି ଦଳ । ଅଭିଯୋଗ ଉପରେ ବିଚାର କରି ଶାହ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ରାଜନୈତିକ ହିଂସା ସଂପର୍କିତ ଘଟଣାର ରିପୋର୍ଟ ମାଗିଛନ୍ତି । ତୃଣମୂଳ ସାଂସଦ କହିଛନ୍ତି, ପୂର୍ବୋତର ରାଜ୍ୟରେ ନିର୍ବାଚନ ପ୍ରଚାର ସମୟରେ ବିଜେପିର କାର୍ଯ୍ୟକର୍ତ୍ତା ଟିଏମସିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାକୁ ଦଳ ଦୃଢ ବିରୋଧ କରୁଛି । ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରୁଛୁ। ରାଜ୍ୟରେ ମ୍ୟୁନିସିପାଲଟି ନିର୍ବାଚନ ମସୟରେ ଟିଏମସି ଏବଂ ବିଜେପି ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନେକ ସଂଘର୍ଷ ଘଟି ସାରିଲାଣି । ଏହା ପୂର୍ବରୁ ଆଜି ଟିଏମସି ସାଂସଦଙ୍କ ଏକ ପ୍ରତିନିଧି ଦଳ ତ୍ରିପୁରାରେ ଘଟୁଥିବା ରାଜନୈତିକ ହିଂସା ଏବଂ ଟିଏମସିର ଯୁବ ନେତା ସୟାନୀ ଘୋଷଙ୍କ ଉପରେ ପୋଲିସର ବର୍ବରତା ଏବଂ ଗିରଫଦାରୀର ବିରୋଧ ସ୍ୱରୂପ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0