spot_img

କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ଆଉ ୨୨ ହଜାର କୋଟି

କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ-କିଶାନ ଯୋଜନାରେ ଆଉ ୨୨ ହଜାର କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । ଚଳିତ ଆର୍ଥକ ବର୍ଷର ଡିସେମ୍ବର-ମାର୍ଚ୍ଚ ସମୟ ପାଇଁ ଏହି କିସ୍ତି ପ୍ରେରଣ କରାଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି । ୧୦ମ କିସ୍ତି ଡିସେମ୍ବର ୧୫ରୁ ୨୫ ମଧ୍ୟରେ ପ୍ରେରଣ କରାଯିବ । ପିଏମ କିଶାନ ସ୍କିମରେ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୫୭ ହଜାର କୋଟି କୃଷକମାନଙ୍କ ବ୍ୟାଙ୍କ ଖାତାକୁ ପଠାଇସାରିଛନ୍ତି । ଏହା ମଧ୍ୟରୁ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ପଠାଯାଇଛି । ଆଉ ୨୨ ହଜାର କୋଟି ପ୍ରେରଣ କରାଯିବା ପରେ ଚଳିତ ଆର୍ଥିକ ବର୍ଷରେ ପଠାଯାଇଥିବା ମୋଟ ରାଶି ୬୫ ହଜାର କୋଟିରେ ପହଞ୍ଚିବ । ଚଳିତ ବର୍ଷର ବଜେଟରେ ଏଥିପାଇଁ ମୋଟ ୬୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular