spot_img

ଶୀତକାଳୀନ ଅଧିବେଶନରେ କ୍ରିପ୍ଟୋକରେନ୍ସି ବିଲ୍ ହେବ ଆଗତ

ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ପାଇଁ ମୋଟ୍ ୨୬ ବିଧେୟକ ସୂଚୀ ବଦ୍ଧ କରାଯାଇଛି। ଏଥିରେ କ୍ରିପ୍ଟୋ କରେନ୍ସି ଏବଂ ତିନି କୃଷି ଆଇନ ପ୍ରତ୍ୟାହାର ବିଧେୟକ ସାମିଲ୍। ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ‘ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍ ୨୦୨୧’ ଉପସ୍ଥାପନ କରିବେ। କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ଆରବିଆଇ ଗଭର୍ଣ୍ଣର ମଧ୍ୟ ଚିନ୍ତା ବ୍ୟକ୍ତ କରି ସାରିଛନ୍ତି। ଭାରତରେ କ୍ରିପ୍ଟୋ କରେନ୍ସିର ଆନୁମାନିକ ଦେଢ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି। ଏହାର ମୂଲ୍ୟ ପ୍ରାୟ ଛଅ ଅରବ ଡଲାରରୁ ଅଧିକ ହେବ। କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚିନ୍ତା ପ୍ରକାଶ କରି ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular