ବୁଧବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ବକପ ହକି। ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶ ଗ୍ରହଣ କରିବେ। କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ହକି ବିଶ୍ବକପ୍ । ବିନାଦର୍ଶକରେ ୧୬ ଟିମ ମଧ୍ୟରେ ହେବ ଟକ୍କର। ଟର୍ଫ ଉପରେ ଟକ୍କର ଚାଲିଥିବ କିନ୍ତୁ ଷ୍ଟାଡିୟମରେ ରହିବେନି ଦର୍ଶକ। ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା। ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ କୁ ଚାଇନାକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ପ୍ରାନସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଖେଳାଳି ଓ ଆୟୋଜକ ଟିମ୍ ମେମ୍ବରଙ୍କର କୋଭିଡ ପରୀକ୍ଷା କରାଯିବ। ବିଶ୍ବକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୬ ଟିମ୍ ପାଇଁ ୧୦ଟି ହୋଟେଲରେ ରହଣୀ ବ୍ୟବସ୍ଥା ହୋଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0